ଗଣେଶ ଚତୁର୍ଥୀ ଅବସରରେ ରାଜ୍ୟବାସୀଙ୍କୁ ଏକ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
योगी की पाती


ଲକ୍ଷ୍ନୌ, ସେପ୍ଟେମ୍ବର

୧୪ (ହି.ସ): ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗଣେଶ ଚତୁର୍ଥୀ ଅବସରରେ ରାଜ୍ୟବାସୀଙ୍କୁ

ଶୁଭେଚ୍ଛା ଜଣାଇଛନ୍ତି। ସେ ରାଜ୍ୟବାସୀଙ୍କୁ ଗଣେଶ ଚତୁର୍ଥୀର ଶୁଭକାମନା ଦେବା ସହ ‘ଭୋକାଲ୍ ଫର୍

ଲୋକାଲ୍’କୁ କେବଳ ଏକ ଚିନ୍ତାଧାରା ନୁହେଁ,

ବରଂ ନିଜ ଆଚରଣର ଅଂଶ କରିବାକୁ ଅପିଲ୍ କରିଛନ୍ତି।

ମୁଖ୍ୟମନ୍ତ୍ରୀ ଯୋଗୀ

ଆଦିତ୍ୟନାଥ ନିଜ ବାର୍ତ୍ତାରେ କହିଛନ୍ତି,

“ରାଜ୍ୟର ମୋର ସମ୍ମାନିତ ଜନତା, ସାମାଜିକ

ଏକତା ଓ ରାଷ୍ଟ୍ର ପ୍ରତି ଆପଣମାନଙ୍କ ସଂକଳ୍ପକୁ ସୁଦୃଢ଼ କରୁଥିବା ମହାନ ପର୍ବ ଗଣେଶ ଚତୁର୍ଥୀ

ଅବସରରେ ଆପଣମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା।”

ସେ କହିଛନ୍ତି ଯେ, ସୃଷ୍ଟି

ଓ ସୃଷ୍ଟିର ମୂର୍ତ୍ତ ସ୍ୱରୂପ ଭଗବାନ ବିଶ୍ୱକର୍ମାଙ୍କ ପୂଜାରେ ଗଣେଶ ଉତ୍ସବର ଜ୍ଞାନ, ବୁଦ୍ଧି

ଓ କର୍ମର ଭାବନା ପ୍ରତିଫଳିତ ହୋଇଥାଏ। ସେପ୍ଟେମ୍ବର ୧୭ରେ ସୃଷ୍ଟିର ପ୍ରଥମ ଇଞ୍ଜିନିୟର ଭଗବାନ

ବିଶ୍ୱକର୍ମାଙ୍କ ପୂଜା କରାଯିବ। କୌଶଳ ଓ ପ୍ରଯୁକ୍ତିର ସମନ୍ୱୟ ଦ୍ୱାରା ନୂଆ ଉଚ୍ଚତାରେ

ପହଞ୍ଚୁଥିବା ବିକଶିତ ଉତ୍ତରପ୍ରଦେଶ ଗଠନର ସଂକଳ୍ପକୁ ଏହା ଆହୁରି ସୁଦୃଢ଼ କରିବ।

ମୁଖ୍ୟମନ୍ତ୍ରୀ ଯୋଗୀ

କହିଛନ୍ତି, “‘ଭୋକାଲ୍

ଫର୍ ଲୋକାଲ୍’କୁ କେବଳ ଏକ ଚିନ୍ତାଧାରା ନୁହେଁ,

ବରଂ ନିଜ ଆଚରଣର ଅଂଶ କରିବା ପାଇଁ ମୁଁ ଆପଣମାନଙ୍କୁ ବିଶେଷ ଅନୁରୋଧ

କରୁଛି। ଏହା ଦ୍ୱାରା ସ୍ଥାନୀୟ ଉତ୍ପାଦ ପ୍ରତି ସମ୍ମାନ ବଢ଼ିବ, କାରିଗରମାନେ

କାମ ପାଇବେ, ଯୁବକମାନଙ୍କ ପାଇଁ ରୋଜଗାରର ସୁଯୋଗ ସୃଷ୍ଟି ହେବ ଏବଂ ରାଜ୍ୟର

ଅର୍ଥନୀତି ନୂଆ ଗତି ପାଇବ। ପ୍ରକୃତି ପ୍ରତି ସମ୍ବେଦନଶୀଳତା ଏବଂ କୌଶଳ ଓ ସ୍ଥାନୀୟ ଶକ୍ତି ଉପରେ

ବିଶ୍ୱାସ ଆତ୍ମନିର୍ଭର ଓ ବିକଶିତ ଉତ୍ତରପ୍ରଦେଶ ଗଠନ ପାଇଁ ମାର୍ଗ ପ୍ରଶସ୍ତ କରିବ।”

हिन्दुस्थान समाचार / Samanwaya Nanda

 rajesh pande